Advertisment

ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଉଥିଲେ ୩ ଜଣ; ବାଟରେ ପଡ଼ିଥିଲା ବିଦ୍ୟୁତ୍‌ ତାର

ଜଙ୍ଗଲି ରାସ୍ତା ଉପରେ ପଡ଼ି ରହିଥିଲା ବିଦ୍ୟୁତ୍‌ ତାର। ଏହା ଜାଣି ନ ପାରି ସନ୍ଧ୍ୟା ଗଡ଼ିଯିବା ପରେ କାମଦାମ ସାରି ଘରକୁ ଫେରୁଥିବା ୩ ଜଣ ଏହି ତାର ସଂସ୍ପର୍ଶରେ ଆସି ଯାଇଥିଲେ।

author-image
Niharika Rout
Electric Shock

Electric Shock

ଜଙ୍ଗଲି ରାସ୍ତା ଉପରେ ପଡ଼ି ରହିଥିଲା ବିଦ୍ୟୁତ୍‌ ତାର। ଏହା ଜାଣି ନ ପାରି ସନ୍ଧ୍ୟା ଗଡ଼ିଯିବା ପରେ କାମଦାମ ସାରି ଘରକୁ ଫେରୁଥିବା ୩ ଜଣ ଏହି ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥ ସଙ୍କଟାପନ୍ନ ରହିଛି।

Advertisment

ମୃତକଙ୍କ ମଧ୍ୟରେ ଦୁଇ ମହିଳା ଥିବା ବେଳେ ଜଣେ ପୁରୁଷ ଗୁରୁତର ହୋଇଛନ୍ତି। ଏପରି ଏକ ଅଘଟଣ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗାଁ ଦାନିକାପେଲ ଗାଁରେ ଘଟିଛି ।

ମୃତକମାନେ ହେଲେ ସ୍ଥାନୀୟ ଟିଙ୍ଗୁ ମାଝୀ ଓ କୁରୁଞ୍ଜା ଗାଁର କାଙ୍ଗା ମାଝୀ । ଗୁରୁତର ଡଙ୍ଗେ ମାଝୀଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

Advertisment

ଗତ ସନ୍ଧ୍ୟାରେ ତିନି ଜଣ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ, ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ଏହା ଜାଣି ନ ପାରି ସେମାନେ ତାର ସଂସ୍ପର୍ଶରେ ଆସି ଅଚେତ ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ମହିଳା ଟିଙ୍ଗୁ ମାଝୀ ଓ କାଙ୍ଗା ମାଝୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୁରୁତର ଡଙ୍ଗେ ମାଝୀଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଭବାନୀ ଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି।

Kalahandi