Advertisment

କଲମ୍ବିଆରେ ବିମାନ ଦୁର୍ଘଟଣା; ୨ ଭାରତୀୟ ଟ୍ରେନି ପାଇଲଟ ମୃତ

ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ୩ ଜଣଙ୍କ ମଧ୍ୟରେ ୨ ଭାରତୀୟ ଟ୍ରେନି ପାଇଲଟ ଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Plane Crash

Plane Crash

Advertisment

କାନାଡାର ବ୍ରିଟିଶ କଲମ୍ବିଆରେ ଆଜି ଏକ ବିମାନ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ୩ ଜଣଙ୍କ ମଧ୍ୟରେ ୨ ଭାରତୀୟ ଟ୍ରେନି ପାଇଲଟ ଥିବା ଜଣାଯାଇଛି।

Advertisment

ଏହି ଦୁଇ ଟ୍ରେନି ପାଇଲଟ ମୁମ୍ବାଇର ହୋଇଥିବା ସୂଚନା ମିଳିଛି। ସେମାନେ ହେଲେ ଅଭୟ ଗାଡ୍ରୋ ଓ ୟଶ ବିଜୟ ରାମୁଗଡେ।

ଡବଲ ଇଞ୍ଜିନ ବିଶିଷ୍ଟ ବିମାନଟି ଚିଲିୱାକ ସହରରେ ଉଡ଼ୁଥିବା ବେଳେ କିଛି ଗଛ ସହ ଧକ୍କା ହୋଇ ତଳେ ଜନବସତି ଅଞ୍ଚଳରେ ପଡ଼ିଥିବା କାନାଡା ପୁଲିସ୍‌ ପକ୍ଷରୁ କୁହାଯାଇଛି। ତେବେ ଦୁର୍ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ିନି। କାନାଡା ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Advertisment

ଦୁର୍ଘଟଣା ପରେ ବିମାନଟି ଜନବସତି ଅଞ୍ଚଳରେ ପଡ଼ିଥିଲେ ବି ଏଥିରେ ବିମାନର ୩ ଜଣଙ୍କ ବ୍ୟତୀତ ସ୍ଥାନୀୟ ଅଞ୍ଚଳର କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Plane Crash Pilot Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe