Advertisment

ଭୁଲ ଦିଗରୁ ଆସିଲା ଦ୍ରୁତଗାମୀ BMW, ସ୍କୁଟି ସହ ଦୁଇ ଯୁବତୀଙ୍କ ଉପରେ ମାଡ଼ିଗଲା

୨୫ ବର୍ଷୀୟ ଦୀକ୍ଷା ଓ ୨୪ ବର୍ଷୀୟ ଲକ୍ଷ୍ମୀ ତୋମାର ସହରର ମହାଲକ୍ଷ୍ମୀ ନଗରରେ ଗୋଟିଏ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଗୋଟିଏ BMW ଦ୍ରୁତଗତିରେ ରଙ୍ଗ ଡିରେକସନରୁ ଆସିଥିଲା।

BMW

BMW

Advertisment

ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଭୟଙ୍କର ଘଟଣା। ଭୁଲ ଦିଗରୁ ଆସି ଗୋଟିଏ ଦ୍ରୁତଗାମୀ BMW ସ୍କୁଟିରେ ଯାଉଥିବା ୨ ଜଣ ଯୁବତୀଙ୍କୁ ଦେଇଛି ଧକ୍କା। ଫଳରେ ସ୍କୁଟିରେ ଥିବା ଦୁଇ ଯୁବତୀଙ୍କ ମୃତ୍ୟୁ ଘଟିଛି। BMWର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଲିସ୍‌ ଗାଡ଼ି ଚାଳକଙ୍କୁ ଗିରଫ କରିଛି। ସେହିପରି ଘଟଣାଟି ସିସିଟିଭିରେ ମଧ୍ୟ କଏଦ ହୋଇଛି।

Advertisment

ଶନିବାର ପୂରା ଘଟଣା ଘଟିଥିଲା। ୨୫ ବର୍ଷୀୟ ଦୀକ୍ଷା ଓ ୨୪ ବର୍ଷୀୟ ଲକ୍ଷ୍ମୀ ତୋମାର ସହରର ମହାଲକ୍ଷ୍ମୀ ନଗରରେ ଗୋଟିଏ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଗୋଟିଏ BMW ଦ୍ରୁତଗତିରେ ରଙ୍ଗ ଡିରେକସନରୁ ଆସିଥିଲା।

କେହି କିଛି ବୁଝିବା ଆଗରୁ ଗାଡ଼ିଟି ଖୁବ ଜୋରରେ ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀକ୍ଷା ଓ ଲକ୍ଷ୍ମୀ ବେଶ କିଛି ବାଟଠ ଛିଟିକି ହୋଇ ପଡ଼ିଥିଲେ। ସେମାନଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।

Advertisment

ଘଟଣା ପରେ BMW ଚାଳକ ଗଜେନ୍ଦ୍ର ପ୍ରତାପ ସିଂହ(୨୮) ଫେରାର ହୋଇଯାଇଥିଲେ। କିନ୍ତୁ ପୁଲିସ ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ସାଙ୍ଗର ଜନ୍ମ ଦିନ ପାଳନ କରିବା ଉଦ୍ଦେଶ୍ୟରେ ଗଜେନ୍ଦ୍ର ଯାଉଥିଲେ।

ତାଙ୍କ ପାଖରେ କେକ ଥିବାରୁ ସେ ଯଥାଶୀଘ୍ର ବନ୍ଧୁଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଭୁଲ ଦିଗରେ ଗାଡ଼ି ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଜେରା ବେଳେ ଗଜେନ୍ଦ୍ର କହିଛନ୍ତି ଯେ ଘଟଣା ବେଳେ ଗାଡ଼ିକୁ ସେ ଚଳାଉଥିଲେ। ଏହା ଏକ ସେକେଣ୍ତ ହ୍ୟାଣ୍ଡ କାର। ନିକଟରେ ସେ ଏହାକୁ କିଣିଥିଲେ।

Accident Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe