/odisha-reporter/media/post_attachments/uploadimage/library/16_9/16_9_0/IMAGE_1719209121.jpg)
mobile battery blast
ମୋବାଇଲ ବ୍ୟାଟେରି ଫାଟି ଦୁଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲଖାରୀ ଗାଁରେଏହି ଅଘଟଣ ଘଟିଛି । ଆହତ ଦ୍ୱୟ ହେଲେ ଲଖାରୀ ଗାଁର ନମିତା ରାଇକା ଓ ସୁଶୀଳା ରାଇକା ।
Advertisment
ଗତକାଲି ରାତିରେ ଦୁଇ ନାବାଳିକା ଭଉଣୀ ବସି ଘରେ ମୋବାଇଲ ଦେଖୁଥିଲେ। ଏହି ସମୟରେ ହଠାତ୍ ମୋବାଇଲ ବ୍ୟାଟେରି ଫାଟି ଯାଇଥିଲା। ଫଳରେ ଉଭୟଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି।
ପରିବାର ଲୋକେ ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଉଭୟ ଡାକ୍ତରଖାନାର ଚିକିତ୍ସାଧୀନ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
