ରାତିଅଧରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ ପଲ। କାନ୍ଥ ପଡ଼ି ଆଈ ଓ ନାତୁଣୀ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ସଦର ରେଞ୍ଜ କୁସୁମିତା ଗାଁରେ ଏପରି ଘଟଣା ଘଟିଛି। ଆହତ ଆଈ,ନାତୁଣୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ହାତୀ ପଲ କୁସୁମିତା ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଥିଲେ। ଏହି ସମୟରେ ଆଈ,ନାତୁଣୀ ଘରେ ଶୋଇଥିଲେ। ସେମାନଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା।ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
Also Read
ସୂଚନାଯୋଗ୍ୟ, କିଛିଦିନ ହେବ କେନ୍ଦୁଝର ଜିଲ୍ଲାରେ ୨୭ ଟିକିଆ ହାତୀ ପଲ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। କେତେବେଳେ ରାତି ଅଧରେ ଗାଁରେ ପଶି ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ କର୍ମଚାରୀ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ହାତୀ ପଲ ଗାଁରେ ପଶି ଉତ୍ପାତ ମଞ୍ଚାଉଛନ୍ତି। ଫଳରେ ସ୍ଥାନୀୟ ଲୋକେ ଭୟବୀତ ଅବସ୍ଥାରେ ରହୁଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ମଝି ରାସ୍ତାରେ ପିଟିଦେଲା ଟ୍ରକ୍; ଜଣେ ମୃତ, ଅନ୍ୟ ଜଣେ ମେଡ଼ିକାଲ୍ରେ
ରାମଗିରି ଥାନା ପଣସଡ଼ିହ ଗାଁର ପରମାନନ୍ଦ ରାଇତ ଓ ଭାସ୍କର ଦଳାଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଉଥିଲେ। ତେବେ କମଳାପୁର ନିକଟରେ ସମ୍ମୁଖରୁ ଆସିଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା।
Accident
୪ ବର୍ଷ ତଳେ ଭିଣୋଇ ପ୍ରେମରେ ଘର ଛାଡ଼ିଥିଲେ; ଆଜି ପୁଅକୁ ଧରି ନଦୀକୁ ଡେଇଁ ପଡ଼ିଲେ
ପିପିଲି ବଜାର ଅଞ୍ଚଳର ମହେଶ୍ୱର ବେହେରାଙ୍କ ବଡ଼ଝିଅ ନିମାପଡା ଥାନା ଜୁଆଁଲି ଗାଁର ଗାଣ୍ଡୁଆ ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ପତ୍ନୀ ଥାଉଁ ଥାଉଁ ଗାଣ୍ଡୁଆ ଶାଳୀ ଇପ୍ସିତା ବେହେରାଙ୍କ ପ୍ରେମରେ ପଡ଼ିଥିଲେ।
Accident
ସଡ଼କରୁ ଭାସି ଯାଉଥିଲେ ୫ ଜଣ, ସୌଭାଗ୍ୟକୁ ବଞ୍ଚିଗଲେ
ଜଳବନ୍ଦୀ ଜୀବନ ବିତାଉଥିବା ବାଲିଆପାଳ ବ୍ଲକ୍ ଜମକୁଣ୍ଡା ପଞ୍ଚାୟତ କୁହ୍ଲାଚଡ ଗାଁ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ ଆଜି ମଧ୍ୟ ୩ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି।
Accident
କେନାଲକୁ ଗାଧୋଇ ଯାଇଥିଲେ ମହିଳା, ଖସିଗଲା ଗୋଡ଼
ସକାଳୁ ସକାଳୁ କେନାଲକୁ ଗାଧୋଇ ଯାଇଥିବା ବେଳେ ଘଟିଲା ଅଘଟଣ । ଗୋଡ଼ ଖସିଯିବାରୁ ଭାସିଗଲେ ମହିଳା।
Accident
ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲେ ଦୁଇ ବାଇକ୍ ଆରୋହୀ
ଓଡ଼ଗାଁ ଥାନା ଦଲକ ଗାଁର ସୂର୍ଯ୍ୟକାନ୍ତ ବେହେରା ହେଉଛନ୍ତି ମୁଖ୍ୟମନ୍ତ୍ରୀ ବସ୍ ସେବାର ମ୍ୟାନେଜର। ଠିକ୍ ସେମିତି ଦଶପଲ୍ଲା ଥାନା ମଦ୍ୟଖଣ୍ଡ ଗାଁର ହେଉଛନ୍ତି ଜ୍ଞାନ ରଞ୍ଜନ ସାହୁ ହେଉଛନ୍ତି ସୁପରଭାଇଜର।