Advertisment

ହାତୀ ପଲ ଭାଙ୍ଗିଲେ କାନ୍ଥ; ଆଈ,ନାତୁଣୀ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ହାତୀ ପଲ କୁସୁମିତା ଗାଁରେ ପଶି ଘରେ ଭାଙ୍ଗି ଥିଲେ।

ଅଦ୍ୟତନ ହୋଇଛି
House Destroyed

House Destroyed

Advertisment

ରାତିଅଧରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ ପଲ। କାନ୍ଥ ପଡ଼ି ଆଈ ଓ ନାତୁଣୀ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ସଦର ରେଞ୍ଜ କୁସୁମିତା ଗାଁରେ ଏପରି ଘଟଣା ଘଟିଛି। ଆହତ ଆଈ,ନାତୁଣୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ହାତୀ ପଲ କୁସୁମିତା ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଥିଲେ। ଏହି ସମୟରେ ଆଈ,ନାତୁଣୀ ଘରେ ଶୋଇଥିଲେ। ସେମାନଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା।ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ହେବ କେନ୍ଦୁଝର ଜିଲ୍ଲାରେ ୨୭ ଟିକିଆ ହାତୀ ପଲ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। କେତେବେଳେ ରାତି ଅଧରେ ଗାଁରେ ପଶି ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ କର୍ମଚାରୀ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ହାତୀ ପଲ ଗାଁରେ ପଶି ଉତ୍ପାତ ମଞ୍ଚାଉଛନ୍ତି। ଫଳରେ ସ୍ଥାନୀୟ ଲୋକେ ଭୟବୀତ ଅବସ୍ଥାରେ ରହୁଛନ୍ତି।

Advertisment
Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe