Advertisment

ଗୁଡ଼ି ସୂତା ଲାଗି ୨ ଆହତ

ପ୍ଲାଷ୍ଟିକ ଚାଇନା ସୂତା ଦୁଇ ବାଇକ୍ ଆରୋହୀଙ୍କ ବେକରେ ଲାଗିଥିଲା।

Yogi

Yogi

Advertisment

ପୁଣି ଗୁଡ଼ି ସୂତା ଲାଗି ଦୁଇ ଜଣ ଆହତ। ଆଜି କଟକ ନୂଆ ବଜାର ଓଭରବ୍ରିଜ ଉପରେ ଘଟିଛି ଏହି ଅଘଟଣ।

Advertisment

ପ୍ଲାଷ୍ଟିକ ଚାଇନା ସୂତା ଦୁଇ ବାଇକ୍ ଆରୋହୀଙ୍କ ବେକରେ ଲାଗିଥିଲା। ଜଣଙ୍କ ନାକ କଟିଥିବା ବେଳେ ଆଉ ଜଣଙ୍କ ଆଙ୍ଗୁଠି ଓ ବେକ କଟିଛି। ଜଣଙ୍କ ଘର କଟକ ବୟାଳିଶ ମୌଜାରେ ଓ ଅନ୍ୟ ଜଣଙ୍କ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଯାଇଛନ୍ତି।

Advertisment

ସୂଚନାଯୋଗ୍ୟ, ଗତକାଲି କଟକ ତ୍ରିଶୁଳିଆରେ ଜଣଙ୍କ ବେକରେ ଗୁଡ଼ି ସୂତା ଲାଗି ଯିବାରୁ ସେ ଆହତ ହୋଇଥିଲେ।

Kite String
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe