/odisha-reporter/media/post_attachments/uploadimage/library/16_9/16_9_0/Accident_1731387162.jpg)
Accident
ଭାରସାମ୍ୟ ହରାଇ ଡାଇଭର୍ସନକୁ ଧକ୍କା ଦେଇ ଜାତୀୟ ରାଜପଥରୁ ତଳକୁ ଓଲଟିଲା ପିଆଜ ବୋଝେଇ ଟ୍ରକ୍। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକରେ ଏହି ଦୁର୍ଘଟଣା ଘଟିଛି। ଆହତ ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି
Advertisment
ଆଜି ସକାଳେ ଟ୍ରକ୍ଟି ବାଲେଶ୍ୱରରୁ ପିଆଜ ବୋଝେଇ କରି ଜଳେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଭେଲୋରା ଛକରେ ଟ୍ରକ୍ଟି ଭାରସାମ୍ୟ ହରାଇ ଡାଇଭର୍ସନକୁ ଧକ୍କା ଦେଇ ଜାତୀୟ ରାଜପଥରୁ ତଳକୁ ଓଲଟିଲା ପଡ଼ିଥିଲା।
ଦୁର୍ଘଟଣାରେ ହେଲପର ଓ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବସ୍ତା ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
