Advertisment

ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍

ବସ୍‌ରେ ୫୩ ଜଣ ଯାତ୍ରୀ ଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

‍ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ। ବାଲେଶ୍ୱର ଜିଲ୍ଲା  ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ  ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତାହତ କେହି ହୋଇନାହାନ୍ତି।

Advertisment

ଆଜି ସକାଳେ ବସଟି ଯାତ୍ରୀମାନଙ୍କୁ ନେଇ କୋଲକାତାରୁ ସୋର ଅଭିମୁଖେ ଆସୁଥିଲା। ଏହି ସମୟରେ  ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ।

ବସ୍‌ରେ ୫୩ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

Balasore Road Accident