Advertisment

ବନଦୁର୍ଗା ବସ୍‌କୁ ଧକ୍କା ଦେଲା ଟ୍ରକ୍

ଦୁର୍ଘଟଣାରେ ବସ୍‌ର ପଛ ପାଖ ଅଂଶଟି ଭାଙ୍ଗିରୁଜି ଯାଇଛି।

author-image
Tapaswini Nayak
Accident

Accident

ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌କୁ ଟ୍ରକ ପଛପଟୁ ଧକ୍କା ଦେବାରୁ ୨ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏକ ବଡ଼ ଦୁର୍ଘଟଣାରୁ ଅନ୍ୟ ଯାତୀମାନେ ବର୍ତ୍ତିଯାଇଛନ୍ତି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ବନଦୁର୍ଗା ନାମକ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଆସୁଥିଲା। ବାହାନଗା ବଜାର ନିକଟରେ ବସ୍‌କୁ ଟ୍ରକଟି ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ଜଣ ଯାତ୍ରୀ ଆହତ ହୋଇଥିଲେ। ହେଲେ ଅନ୍ୟ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ।

ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ବସ୍‌ର ପଛ ପାଖ ଅଂଶଟି ଭାଙ୍ଗିରୁଜି ଯାଇଛି। 

Advertisment
Balasore Road Accident