Advertisment

ବ୍ରିଜ ତଳକୁ ଖସିପଡ଼ିଲା ଟ୍ରଲର

ପୂର୍ବରୁ ଏହି ସ୍ଥାନରେ କିଛି ମାସ ତଳେ ଏକ ବସ୍ ଦୁର୍ଘଟଣା ଘଟିଥିଲା।

author-image
Tapaswini Nayak
Road Accident

Road Accident

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଲା ୧୬ ଚକିଆ ଟ୍ରଲର। ଜୀବନ ବଞ୍ଚାଇବାକୁ ଦୁର୍ଘଟଣା ପୂର୍ବରୁ ଡେଇଁ ପଡିଲେ ଡ୍ରାଇଭର ଓ ହେଲପର। ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟରେ ଘଟିଛି ଏହି ଦୁର୍ଘଟଣା। ଉଭୟ ଡ୍ରାଇଭର ଓ ହେଲପର ଉତ୍ତର ପ୍ରଦେଶ ରାମପୁରର ବୋଲି ଜଣାପଡିଛି

Advertisment

ଆଜି ସକାଳେ ଟ୍ରକଟି ଅନୁଗୋଳରୁ କଟକ ଅଭିମୁଖେ ଯାଉଥିଲା। ପଞ୍ଚୁପଟି ନିକଟରେ ଟ୍ରଲରଟି ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପୂର୍ବରୁ ଡ୍ରାଇଭର ଓ ହେଲପର ନିଜ ଜୀବନ ବଞ୍ଚାଇବାକୁ ଡେଇଁ ପଡ଼ିଥିଲେ। ସୌଭାଗ୍ୟ ବଶଃତ ସେମାନେ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ସେମାନଙ୍କର କିଛି ହୋଇ ନାହିଁ। ଢେଙ୍କାନାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରଟିକୁ କ୍ରେନ ସାହାଯ୍ୟରେ ଉଠାବାକୁ ଚେଷ୍ଟା କରୁଛି।

ସୂଚନାଯୋଗ୍ୟ, ପୂର୍ବରୁ ଏହି ସ୍ଥାନରେ କିଛି ମାସ ତଳେ ଏକ ବସ୍ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବାରୁ ଏ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

Advertisment
Roadaccident Dhenkanal