Advertisment

୧୫ ଫୁଟ୍‌ ତଳକୁ ଖସି ଗଛରେ ପିଟି ହେଲା ଟ୍ରକ୍

ଆଜି ସକାଳେ ଟ୍ରକ୍‌ଟି ପାରଳାଖେମୁଣ୍ଡିରୁ ଖାଲି ମଦ ବୋତଲ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା।

author-image
Tapaswini Nayak
Road Accident

Road Accident

ଭାରସାମ୍ୟ ହରାଇ ଘାଟିର୧୫ ଫୁଟ୍‌ ତଳକୁ ଖସିଲା ଟ୍ରକ୍। ଦୁର୍ଘଟଣା ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଚମ୍ପା ଘାଟିରେ।

Advertisment

ଆଜି ସକାଳେ ଟ୍ରକ୍‌ଟି ପାରଳାଖେମୁଣ୍ଡିରୁ ଖାଲି ମଦ ବୋତଲ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଚମ୍ପା ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ପରେ ଟ୍ରକ୍‌ଟି ଗଛରେ ପିଟି ହୋଇଯାଇଥିଲା। 

ଟ୍ରକ୍‌ ହେଲପର ନିଜ ଜୀବନ ବଞ୍ଚାଇବାକୁ ଯାଇ ଗାଡ଼ିରୁ ଡେଇଁ ପଡ଼ିଥିଲେ। ହେଲେ ଡ୍ରାଇଭର ଷ୍ଟେରିଙ୍ଗରେ ଚାପି ହୋଇ ରହିଯାଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ କାଟି ଡ୍ରାଇଭରକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।  ଡ୍ରାଇଭରର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତ ହେଲପରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Roadaccident Gajpati