Advertisment

ଶ୍ରାଦ୍ଧ ବାର୍ଷିକୀରୁ ଫେରୁଥିଲେ, ଧକ୍କା ଦେଲା ଅଜଣା ଗାଡ଼ି

ଆଜି ସକାଳେ ହେମରାଜ ନାଏକ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଇ ସ୍କୁଟି ଯୋଗେ ଶ୍ୱଶୁର ଘରୁ ଫେରୁଥିଲେ।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଶ୍ରାଦ୍ଧ ବାର୍ଷିକୀରେ ଭାଗ ନେଇ ଫେରୁଥିବା ସମୟରେ ମାଡ଼ିଗଲା ଅଜଣାଗାଡ଼ି। ଦୁର୍ଘଟଣାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୄନ୍ଦାବାହାଲ ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କ ଘର କଲମପୁର ଥାନା ଦୁଲକିବନ୍ଧ ଅଞ୍ଚଳରେ। ସମସ୍ତେ ଗୋଟିଏ ପରିବାର ବୋଲି ଗଣାପଡ଼ିଛି। 

Advertisment

ହେମରାଜ ନାଏକ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେବାକୁ  ଶ୍ୱଶୁର ଘର ସିନାପାଲି ଯାଇଥିଲେ। ଆଜି ସକାଳେ ସ୍କୁଟିରେ  ନିଜର ଝିଆରୀ ଓ ଶାଳିକୁ ସାଙ୍ଗରେ ଧରି ଫେରୁଥିଲେ। ବୄନ୍ଦାବାହାଲ ଛକ ଠାରେ ଏକ ଅଜଣା ଗାଡ଼ି ତାଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇ ପଳାଇଥିଲା।

ଘଟଣାସ୍ଥଳରେ ଝିଆରୀର ମୃତ୍ୟୁ ଘଟିଥିବା ବେଳେ ହେମରାଜ ଓ ତାଙ୍କଶାଳି ଆହତ ହୋଇଥିଲେ। ପୁଲିସ ଆହତଙ୍କୁ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe