Advertisment

ରାସ୍ତା କଡକୁ ଖସିଲା କାର୍; ଅଭିନେତା ଓ ଅଭିନେତ୍ରୀ ଆହତ

ସୁଟିଂ ପାଇଁ ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ କିଛି ଦିନ ହେବ ଜି.ଉଦୟଗିରିରେ ରହି ଆସୁଛନ୍ତି।

author-image
Tapaswini Nayak
undefined

Accident

ଘନ କୁହୁଡି ଯୋଗୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା କାର୍। ଦୁର୍ଘଟଣାରେ ଓଲିଉଡ ଅଭିନେତା ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ଏହି ଦୁର୍ଘଟଣା ଘଟିଛି।

Advertisment

ସେମାନଙ୍କୁ ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ଉଭୟ ଘରକୁ ଫେରିଯାଇଥିବା ଜଣାଯାଇଛି।

ସୁଟିଂ ପାଇଁ ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ କିଛି ଦିନ ହେବ ଜି.ଉଦୟଗିରିରେ ରହି ଆସୁଛନ୍ତି। ଆଜି ସକାଳେ ଶ୍ରୀକଲା ଘାଟିକୁ ବୁଲାବୁଲି କରିବାକୁ ଆସିଥିଲେ। ଘନ କୁହୁଡି ଯୋଗୁ କାରଟି ରାସ୍ତା କଡକୁ ଖସି ଯାଇଥିଲା।

Advertisment

ଦୁର୍ଘଟଣାରେ ଓଲିଉଡ ଅଭିନେତା ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି। ଦୁର୍ଘଟଣାରେ ଗାଡ଼ି ଡ୍ରାଇଭରର କିଛି ହୋଇନାହିଁ।

Kandhamal Roadaccident