Accident
ଘନ କୁହୁଡି ଯୋଗୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା କାର୍। ଦୁର୍ଘଟଣାରେ ଓଲିଉଡ ଅଭିନେତା ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ଏହି ଦୁର୍ଘଟଣା ଘଟିଛି।
ସେମାନଙ୍କୁ ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ଉଭୟ ଘରକୁ ଫେରିଯାଇଥିବା ଜଣାଯାଇଛି।
ସୁଟିଂ ପାଇଁ ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ କିଛି ଦିନ ହେବ ଜି.ଉଦୟଗିରିରେ ରହି ଆସୁଛନ୍ତି। ଆଜି ସକାଳେ ଶ୍ରୀକଲା ଘାଟିକୁ ବୁଲାବୁଲି କରିବାକୁ ଆସିଥିଲେ। ଘନ କୁହୁଡି ଯୋଗୁ କାରଟି ରାସ୍ତା କଡକୁ ଖସି ଯାଇଥିଲା।
ଦୁର୍ଘଟଣାରେ ଓଲିଉଡ ଅଭିନେତା ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି। ଦୁର୍ଘଟଣାରେ ଗାଡ଼ି ଡ୍ରାଇଭରର କିଛି ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1705993218.jpg)