ରାସ୍ତା କଡକୁ ଖସିଲା କାର୍; ଅଭିନେତା ଓ ଅଭିନେତ୍ରୀ ଆହତ

ସୁଟିଂ ପାଇଁ ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ କିଛି ଦିନ ହେବ ଜି.ଉଦୟଗିରିରେ ରହି ଆସୁଛନ୍ତି।

ରାସ୍ତାକଡ଼କୁ ଖସିଲା କାର୍

  • Published: Tuesday, 23 January 2024
  • , Updated: 23 January 2024, 12:39 PM IST

ଘନ କୁହୁଡି ଯୋଗୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା କାର୍। ଦୁର୍ଘଟଣାରେ ଓଲିଉଡ ଅଭିନେତା ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ଏହି ଦୁର୍ଘଟଣା ଘଟିଛି।

ସେମାନଙ୍କୁ ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ଉଭୟ ଘରକୁ ଫେରିଯାଇଥିବା ଜଣାଯାଇଛି।

ସୁଟିଂ ପାଇଁ ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ କିଛି ଦିନ ହେବ ଜି.ଉଦୟଗିରିରେ ରହି ଆସୁଛନ୍ତି। ଆଜି ସକାଳେ ଶ୍ରୀକଲା ଘାଟିକୁ ବୁଲାବୁଲି କରିବାକୁ ଆସିଥିଲେ। ଘନ କୁହୁଡି ଯୋଗୁ କାରଟି ରାସ୍ତା କଡକୁ ଖସି ଯାଇଥିଲା।

ଦୁର୍ଘଟଣାରେ ଓଲିଉଡ ଅଭିନେତା ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି। ଦୁର୍ଘଟଣାରେ ଗାଡ଼ି ଡ୍ରାଇଭରର କିଛି ହୋଇନାହିଁ।

Related story