Advertisment

ଓଭରଟେକ୍ କଲା ଆମ୍ବୁଲାନ୍ସ; ପିଟିଦେଲା ହାଇୱା

ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ଆମ୍ବୁଲାନ୍ସକୁ  ଓଭରଟେକ କରିବା ପଡ଼ିଲା ମହଙ୍ଗା। ହାଇୱା ଧକ୍କା ଦେବାରୁ ଚୁରମାର ହେଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ୨କର୍ମଚାରୀ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଲିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

ଆହତମାନେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ। ଆହତ ଦ୍ୱୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଆମ୍ବୁଲାନ୍ସଟି ରୋଗୀ ଛାଡି କେନ୍ଦୁଝର ଫେରୁଥିଲା। ପିପିଲିଆ ନିକଟରେ ଆମ୍ବୁଲାନ୍ସଟି ହାଇୱାକୁ ଓଭରଟେକ୍ କରି ଆସିବାକୁ ଚେଷ୍ଟା କରୁଥିଲା। ହେଲେ ହାଇୱାଟି ଆମ୍ବୁଲାନ୍ସ ଧକ୍କା ଦେବାରୁ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଥିଲେ।

Advertisment

ଦୁର୍ଘଟଣାରେ ଆମ୍ବୁଲାନ୍ସ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା। ଆହତ ଦ୍ୱୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ହାଇୱା ଡ୍ରାଇଭରର କିଛି ହୋଇନାହିଁ।

Roadaccident Kendujhar