୨ ମାଲବାହୀ ଟ୍ରକ୍ ମୁହାଁମୁହିଁ ଧକ୍କା;୨ ଆହତ

ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି। 

Reporesentational Image

  • Published: Tuesday, 10 September 2024
  • , Updated: 10 September 2024, 07:42 AM IST

ସମ୍ବଲପୁର ଜିଲ୍ଲା ବୁର୍ଲା ୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ମାଲବାହୀ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଆଜି ସକାଳେ ଡୁଙ୍ଗୁରୀ ଆଡୁ ଏକ ମାଲବାହୀ ଟ୍ରକ୍‌ ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିବା ମାଲବାହୀ ଟ୍ରକ୍‌ ସହ ମୁ଼ହାଁମୁହିଁ ଧକ୍କା ହୋଇଥିଲା।  ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଗାଡ଼ି ଚାଳକଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

 

 

 

Related story