/odisha-reporter/media/post_attachments/uploadimage/library/16_9/16_9_0/IMAGE_1733884526.jpg)
Road Accident
ରାସ୍ତାକଡ଼କୁ ଓଲଟିଲା ଅବକାରୀ ବିଭାଗ ଗାଡ଼ି। ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଜଣ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ପିତାପାଣିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି।
Advertisment
ଆହତମାନଙ୍କ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଗାଡ଼ି ଡ୍ରାଇଭର, ଅବକାରୀ ଏଏସଆଇ ଦୁର୍ଯୋଧନ ଵେହେରା ଓ କନେଷ୍ଟବଲ ଦୁର୍ଯୋଧନ ଵେହେରା ।
ଗତକାଲି ରାତିରେ ସୋର କୋର୍ଟରୁ ଆସାମୀ ଛାଡି ବୋଲେରୋ ଯୋଗେ ଏଏସଆଇ ଓ କନେଷ୍ଟବଲ ଖଇରା ଅବକାରୀ ଅଫିସକୁ ଫେରୁଥିଲେ। ଏହି ସମୟରେ ପିତାପାଣିଆ ଛକ ଠାରେ ଗାଡ଼ି ଭାରସାମ୍ୟ ହରାଇ ନୟନଯୋରୀ ଓଲଟି ପଡ଼ିଥିଲା।
Advertisment
ସ୍ଥାନୟ ଲୋକେ ପହଞ୍ଚି ଡ୍ରାଇଭର, ଅବକାରୀ ଏଏସଆଇ ଓ କନେଷ୍ଟବଲଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ। ଏଏସଆଇ ଓ କନେଷ୍ଟବଲଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
