Advertisment

ଓଲଟିଲା ଅବକାରୀ ବିଭାଗ ଗାଡ଼ି; ଡ୍ରାଇଭର ସମେତ ୨ ଆହତ

ଗତକାଲି ରାତିରେ ସୋର କୋର୍ଟରୁ ଆସାମୀ ଛାଡି ବୋଲେରୋ ଯୋଗେ ଏଏସଆଇ ଓ କନେଷ୍ଟବଲ ଖଇରା ଅବକାରୀ ଅଫିସକୁ ଫେରୁଥିଲେ।

Road Accident

Road Accident

Advertisment

ରାସ୍ତାକଡ଼କୁ ଓଲଟିଲା ଅବକାରୀ ବିଭାଗ ଗାଡ଼ି। ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଜଣ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ପିତାପାଣିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆହତମାନଙ୍କ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଗାଡ଼ି ଡ୍ରାଇଭର, ଅବକାରୀ ଏଏସଆଇ ଦୁର୍ଯୋଧନ ଵେହେରା ଓ କନେଷ୍ଟବଲ ଦୁର୍ଯୋଧନ ଵେହେରା ।

ଗତକାଲି ରାତିରେ ସୋର କୋର୍ଟରୁ ଆସାମୀ ଛାଡି ବୋଲେରୋ ଯୋଗେ ଏଏସଆଇ ଓ କନେଷ୍ଟବଲ ଖଇରା ଅବକାରୀ ଅଫିସକୁ ଫେରୁଥିଲେ। ଏହି ସମୟରେ ପିତାପାଣିଆ ଛକ ଠାରେ ଗାଡ଼ି ଭାରସାମ୍ୟ ହରାଇ ନୟନଯୋରୀ ଓଲଟି ପଡ଼ିଥିଲା।

Advertisment

ସ୍ଥାନୟ ଲୋକେ ପହଞ୍ଚି ଡ୍ରାଇଭର, ଅବକାରୀ ଏଏସଆଇ ଓ କନେଷ୍ଟବଲଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ। ଏଏସଆଇ ଓ କନେଷ୍ଟବଲଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Balasore Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe