Advertisment

ଚୁନାଘାଟିରେ ଓଲଟିଲା ଟ୍ରକ୍‌; ୨ ଗୁରୁତର

ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
Police station

Police station

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଚୁନାଘାଟିରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଗାଡ଼ିର ହେଲପର ଓ ଡ୍ରାଇଭର। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଟ୍ରକ୍‌ଟି  ଲୁହାପଥର ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ରର ରାଇଘର ଅଭିମୁଖେ ଯାଉଥିଲା। ଏହି ସମୟରେ ଚୁନାଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଘାଟିକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଗାଡ଼ି ଭିତରେ ଚାପି ହୋଇ ରହିଥିଲେ ଚାଳକ ଓ ହେଲପର।

ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର କ୍ୟାବିନକୁ କଟର ସାହାଯ୍ୟରେ କାଟି ଡ୍ରାଇଭର ଓ ହେଲପରଙ୍କୁ ବାହାର କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Odisha Police Roadaccident Sudargarh