Advertisment

ଗଛକୁ ଧକ୍କା ଦେଇ ଓଲଟି ପଡ଼ିଲା ମକା ବୋଝେଇ ଟ୍ରକ

ପାଟପୁର ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
Road Accident

Road Accident

ଗଛକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମକା ବୋଝେଇ ଟ୍ରକ। ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତ ତପ୍ତପାଣି ଘାଟିରେ। ଆହତମାନେ ହେଲେ ଗାଡ଼ି ଡ୍ରାଇଭର ଓ ମକା ବ୍ୟବସାୟୀ। ସେମାନଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ମକା ବୋଝେଇ ଟ୍ରକଟି ଗଞ୍ଜାମ ଜିଲ୍ଲା ଧର୍ମପୁର ଅଭିମୁଖେ ଯାଉଥିଲା। ତପ୍ତପାଣି ଘାଟିରର ବେଲଗଡ ନିକଟରେ ଟ୍ରକଟି ଗଛକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ୨ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ କମଳାପୁର ମେଡିକାଲ ଭର୍ତ୍ତି କରିଥିଲେ। ମକା ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପାଟପୁର ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Ganjam Road Accident