Advertisment

ଅଟୋକୁ ପଛରୁ ପିଟିଲା ସ୍କର୍ପିଓ

ଆଜି ସକାଳେ ଅଟୋଟି ଜଣେ ମହିଳା ଯାତ୍ରୀଙ୍କୁ ଧରି କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିମୁଖେ ଆସୁଥିଲା।

Tension situation

Tension situation

Advertisment

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବ୍ୟାଟେରି ଚାଳିତ ଅଟୋକୁ ସ୍କର୍ପିଓ ପଛପଟୁ ଧକ୍କା ଦେବାରୁ ଚାଳକ ସହ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଟୋ ଚାଳକ ହିଂମାଶୁ ଦାସଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଆଜି ସକାଳେ ଅଟୋଟି ଜଣେ ମହିଳା ଯାତ୍ରୀଙ୍କୁ ଧରି କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିମୁଖେ ଆସୁଥିଲା। ଏହି ସମୟରେ ଏକ ସ୍କର୍ପିଓ ଦ୍ରୁତ ଗତିରେ ଆସି ଅଟୋକୁ ପଛରୁ ଦେଖାଦେଇଥିଲା। ଦୁର୍ଘଟଣାରେ ଅଟୋ ଚାଳକ ଓ ମହିଳା ଆହତ ହୋଇଥିଲେ।

ପୁଲିସ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି କମର୍ଦ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୁଲିସ ଗାଡ଼ିକୁ ଜବତ କରିବା ସହ ସ୍କର୍ପିଓ ଚାଳକକୁ ଅଟକ ରଖିଛି ଓ ଘଟଣାର ତଦନ୍ତ କରୁଛି।

Advertisment
Balasore Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe