Advertisment

ରାଜଧାନୀରେ ଦୁର୍ଘଟଣା; କାର୍‌କୁ ପିଟିଲା ହାଇୱା

ଆଜି ଭୋର ସମୟରେ ଏକ ମାଟି ବୋଝେଇ ହାଇୱା ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଠିଆ ହୋଇଥିବା କାର୍‌କୁ ପଛରୁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ରାସ୍ତାକଡ଼ରେ ଠିଆ ହୋଇଥିବା କାର୍‌କୁ ଧକ୍କା ଦେଲା ମାଟି ବୋଝେଇ ହାଇୱା। ଦୁର୍ଘଟଣାରେ କାର୍‌ ଡ୍ରାଇଭର ସହ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଡମଣା ଛକରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ଆଜି ଭୋର ସମୟରେ ଏକ ମାଟି ବୋଝେଇ ହାଇୱା ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଠିଆ ହୋଇଥିବା କାର୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାରରେ ଥିବା ଚାଳକ ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। 

ଦୁର୍ଘଟଣାରେ ମାଟି ବୋଝେଇ ହାଇୱା।ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Advertisment
Road Accident Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe