Advertisment

ମାଡ଼ି ଆସିଲା କାର୍‌; ଉଡ଼ାଇ ଦେଲା ଟ୍ରାଫିକ ପୋଷ୍ଟ

କାର୍‌ଟି ଭାରସାମ୍ୟ ହରାଇ ସିଧା ଟ୍ରାଫିକ ପୋଷ୍ଟକୁ ଧକ୍କା କରିବା ସହ ଅପରପାର୍ଶ୍ୱରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା।

Accident

Accident

Advertisment

ବେପରୁଆ ଗାଡ଼ି ଚାଳନା ଯୋଗୁ ଉଡ଼ିଲା ଟ୍ରାଫିକ ପୋଷ୍ଟ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଡମଣା ଛକରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଦୁର୍ଘଟଣାରେ ଦମ୍ପତି ଗୁରୁତର ହୋଇଛନ୍ତି । ଆହତ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ପଟିଆର ପଟୁ କାରଟି ଦ୍ରୁତ ଗତିରେ ଆସି ଡମଣା ଟ୍ରାଫିକ ପୋଷ୍ଟରେ ପିଟି ହୋଇଥିଲା। ପରେ କାର୍‌ଟି ଭାରସାମ୍ୟ ହରାଇ ସିଧା ଟ୍ରାଫିକ ପୋଷ୍ଟକୁ ଧକ୍କା ଦେବା ସହ ଅପରପାର୍ଶ୍ୱରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା।ପରେ ସେହି ରୁଟ୍‌ରେ  ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ କାର୍‌ଟି ଧକ୍କା ଦେଇଥିଲା। କାର୍‌ ଧକ୍କାରେ ଦମ୍ପତି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ କାରର ଚାଳକ ମଦ୍ୟପାନ କରି ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment

ସୂଚନାଯୋଗ୍ୟ, ଗତ ୫ ତାରିଖରେ ମଧ୍ୟ ଭୁବନେଶ୍ୱର ଡମଣା ଛକରେ ଏକ କାର୍‌ ଭାରସାମ୍ୟ ହରାଇ ସିଧା ଟ୍ରାଫିକ ପୋଷ୍ଟକୁ ଧକ୍କା ଦେବା ସହ ଅପରପାର୍ଶ୍ୱରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଗୁରୁତର ହୋଇଥିଲେ।

Bhubaneswar Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe