/odisha-reporter/media/post_attachments/uploadimage/library/16_9/16_9_0/Accident_1732516114.jpg)
Accident
ଘନ କୁହୁଡ଼ି ହେଲା କାଳ। ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇ ଓଲଟି ପଡ଼ିଲା ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍। ସୋନପୁର-ବିନିକା ମୁଖ୍ୟ ରାସ୍ତାର ଫୁଲମୁଠି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍ଟି ବିନିକାରୁ ସୋନପୁର ଅଭିମୁଖେ ଯାଉଥିଲା। ଫୁଲମୁଠି ଗାଁ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଓ ହେଲପର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
