Advertisment

ବ୍ରିଜ ବାଡ଼ାରେ ବସିଥିବା ନାବାଳକକୁ ପିଟି ତଳକୁ ଖସିଲା ଟିପ୍ପର

ନାବାଳକର ଅବସ୍ଥା ଗୁରୁତର ରହିଛି।

ଅଦ୍ୟତନ ହୋଇଛି
Road accident

Road accident

Advertisment

ଗରମ ହେଉଥିବାରୁ ପୋଲ ବାଡ଼ା ଉପରେ ବସିଥିଲା ନାବାଳକ। ଏହି ସମୟରେ ଏକ ବାଲି ବୋଝେଇ ଟିପ୍ପର ଦ୍ରୁତ ଗତିରେ ଆସି ପୋଲ ବାଡ଼ାରେ ବସିଥିବା ନାବାଳକଙ୍କୁ ଧକ୍କା ଦେଇ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ସନ୍ଥପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନେ ହେଲେ ଟିପ୍ପର ଡ୍ରାଇଭର ଓ ନାବାଳକ। ନାବାଳକର ଅବସ୍ଥା ଗୁରୁତର ରହିଛି। ଡ୍ରାଇଭର ଓ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 ବ୍ରିଜ ଉପରେ ପବନ ହେଉଥିବାରୁ ନାବାଳକଟି ପୋଲ ବାଡ଼ା ଉପରେ ବସିଥିଲା। ଏହି ସମୟରେ ଏକ ବାଲି ବୋଝେଇ ଟିପ୍ପରଟି ଦ୍ରୁତ ଗତିରେ ଆସି ବାଡ଼ାକୁ ଧକ୍କା ଦେଇ ନାବାଳକଙ୍କୁ ଧକ୍କା ଦେଇଥିଲା। ପରେ ଟିପ୍ପରଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ନାବାଳକ ମଧ୍ୟ ତଳକୁ ଖସି ପଡ଼ିଥିଲା।ପୁଲିସ ପହଞ୍ଚି ନାବାଳକ ଓ ଟିପ୍ପର ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ବାଲି ବୋଝେଇ ଟିପ୍ପରକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe