/odisha-reporter/media/post_attachments/uploadimage/library/16_9/16_9_0/Blast_1700106865.jpg)
Blast
ମାଲକାନଗିରି ଜିଲ୍ଲା ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ୨ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।
Advertisment
ଆଜି ସକାଳେ ଡ଼ାମବାମ CRPF କ୍ୟାମ୍ପରୁ କୋବ୍ରା ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ। ସାଲାତୋଙ୍ଗ ଜଙ୍ଗଲରେ ନକ୍ସଲ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ। ବିସ୍ଫୋରଣରେ ୨ ଯବାନ ଆହତ ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ରାୟପୁର ସ୍ଥାନାନ୍ତର କରାଯାଇଛି।
ଆଇଡି ବିସ୍ଫୋରଣ ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
