Advertisment

ନଦୀରେ ବୁଡ଼ି ୨ କାଉଡିଆ ନିଖୋଜ, ଜଣେ ଉଦ୍ଧାର

ଶ୍ରାବଣ ମାସ ଚାଲିଥିବାରୁ କାଉଡିଆମାନେ ଦେବ ଦେବ ମହାଦେବଙ୍କ ପାଖରେ ପାଣି ଢାଳିବାକୁ ଯାଉଛନ୍ତି।

kanwariya missing

kanwariya missing

Advertisment

ନଦୀରେ ବୁଡ଼ ପକାଇବା ବେଳେ ବୁଡ଼ିଗଲେ ଦୁଇ କାଉଡିଆ। ଜଣେ କାଉଡିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବରଦା ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀରେ। ନିଖୋଜ କାଉଡିଆଙ୍କ ପରିଚୟ ମିଳିନାହିଁ।  ନିଖୋଜ କାଉଡିଆଙ୍କ ଘର ବଡ଼ଜୟପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି। 

Advertisment

ଶ୍ରାବଣ ମାସ ଚାଲିଥିବାରୁ କାଉଡିଆମାନେ ଦେବ ଦେବ ମହାଦେବଙ୍କ ପାଖରେ ପାଣି ଢାଳିବାକୁ ଯାଉଛନ୍ତି। ଆଜି ସୋମବାର ଥିବାରୁ ୩ ଜଣ ସାଙ୍ଗ ମହାଦେବଙ୍କ ପାଖକୁ ପାଣି ଭାର ନେଇ ବାହାରିଥିଲେ। ପାଣି ଭାର ନେଇ ଯିବା ପୂର୍ବରୁ ସେମାନେ ସାଳନ୍ଦୀ ନଦୀକୁ ବୁଡ଼ ପକାଇବା ପାଇଁ ଯାଇଥିଲେ। ବୁଡ ପକାଇବା ସମୟରେ ସେମାନଙ୍କ ପାଦ ଖସିଯାଇଥିଲା। ୩ ଜଣ ନଦୀରେ ବୁଡ଼ିଯାଇଥିଲେ।

୩ ଜଣ ସାଙ୍ଗ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରି ଜଣେ କାଉଡିଆଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଦୁଇ ଜଣଙ୍କର ଖବର ଲେଖାଯିବା ସୁଦ୍ଧା ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି।

Advertisment
Kanwariya Khaira Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe