Advertisment

ରୁଙ୍ଗଟା ମାଇନ୍ସରେ ଭୁଶୁଡ଼ିଲା ମେକାନିକାଲ ଷ୍ଟ୍ରକଚର; ୨ ମୃତ, ୭ ଗୁରୁତର

ଅଘଟଣ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
 Rungta Mines mishap

Rungta Mines mishap

ଢେଙ୍କାନାଳ ଜିଲ୍ଲାର ଝାଡ଼ବନ୍ଧରେ ଥିବା ରୁଙ୍ଗଟା ମାଇନ୍ସ କାରଖାନାରେ ଆଜି ସକାଳେ ଅଘଟଣ ଘଟିଛି। ମେକାନିକାଲ ଷ୍ଟ୍ରକଚର୍ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହୁରି ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏଥିସହ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି। ଅଘଟଣରେ ମୃତ୍ୟୁ ବରଣ କରିଥିବା ୨ ମୃତକଙ୍କ ପରିଚୟ ମିଳିନାହିଁ। 

ଆଜି ସକାଳେ କାମ ଚାଲିଥିବା ବେଳେ ହଠାତ୍ ମେକାନିକାଲ ଷ୍ଟ୍ରକଚରଟି ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଅନେକ ଶ୍ରମିକ ସେଠାରେ କାମ କରୁଥିଲେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।  

Advertisment

ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ତାହା ଜଣାପଡ଼ିନାହିଁ। ଅଘଟଣ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। 

Dhenkanal