/odisha-reporter/media/post_attachments/uploadimage/library/16_9/16_9_0/Accident_1708010507.jpeg)
Accident
ଭୋଜିକରି ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ଟାଟା ମ୍ୟାଜିକ୍। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଘଟିଛି।
ଘଟଗାଁ ବଜାରରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନ ଆଇସିକ୍ରମ୍ ବିକ୍ରି କରନ୍ତି। ଆଜି ଶ୍ରୀ ପାତ୍ର ଓ ଶ୍ରୀ ଖାନ୍ଙ୍କ ସମେତ ୮ ଜଣ ମିଶି ଭୋଜି କରିବାକୁ କାଳିମାଟି ଡ୍ୟାମ୍କୁ ଏକ ଟାଟା ମ୍ୟାଜିକ୍ରେ ଯାଇଥିଲେ। ଭୋଜି ସାରି ଘରକୁ ଫେରୁଥିବା ବେଳେ ନାକଝରି ନିକଟରେ ଟାଟା ମ୍ୟାଜିକ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଦ୍ଧାର କରିଛି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
