ଗଛରେ ପିଟିହେଲା ଟାଟା ମ୍ୟାଜିକ, ଦୁଇ ଜଣଙ୍କ ମୃତ୍ୟୁ

ଘଟଗାଁ ବଜାରରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନ ଆଇସିକ୍ରମ୍‌ ବିକ୍ରି କରନ୍ତି। ଆଜି ଶ୍ରୀ ପାତ୍ର ଓ ଶ୍ରୀ ଖାନ୍‌ଙ୍କ ସମେତ ୮ ଜଣ ମିଶି ଭୋଜି କରିବାକୁ କାଳିମାଟି ଡ୍ୟାମ୍‌କୁ ଏକ ଟାଟା ମ୍ୟାଜିକ୍‌ରେ ଯାଇଥିଲେ।

ଦୁର୍ଘଟଣା ପରେ ରାସ୍ତାରେ ପଡ଼ିଛି ଗାଡ଼ି

  • Published: Thursday, 15 February 2024
  • , Updated: 15 February 2024, 08:52 PM IST

ଭୋଜିକରି ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ଟାଟା ମ୍ୟାଜିକ୍‌। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଘଟିଛି।

ଘଟଗାଁ ବଜାରରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନ ଆଇସିକ୍ରମ୍‌ ବିକ୍ରି କରନ୍ତି। ଆଜି ଶ୍ରୀ ପାତ୍ର ଓ ଶ୍ରୀ ଖାନ୍‌ଙ୍କ ସମେତ ୮ ଜଣ ମିଶି ଭୋଜି କରିବାକୁ କାଳିମାଟି ଡ୍ୟାମ୍‌କୁ ଏକ ଟାଟା ମ୍ୟାଜିକ୍‌ରେ ଯାଇଥିଲେ। ଭୋଜି ସାରି ଘରକୁ ଫେରୁଥିବା ବେଳେ ନାକଝରି ନିକଟରେ ଟାଟା ମ୍ୟାଜିକ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଦ୍ଧାର କରିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Related story