Advertisment

କାଦୁଆରେ ମହୁମାଛି ଆକ୍ରମଣ, ଦୁଇ ଦିନରେ ୨ ଜଣଙ୍କ ମୃତ୍ୟୁ

ମୃତକ ଦ୍ୱୟ ହେଲେ କାଦୁଆ ଗାଁର ଝୁମର ସେଠୀ ଏବଂ ମାୟାଧର ଦେହୁରୀ।

ଅଦ୍ୟତନ ହୋଇଛି
Bee Attack

Bee Attack

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ମହୁମାଛି ଆକ୍ରମଣରେ ଦୁଇ ଦିନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଉଛନ୍ତି ଝୁମର ସେଠୀ ଓ ମାୟାଧର ଦେହୁରୀ।

Advertisment

ଗତକାଲି ରାତିରେ ମାୟାଧର ଗାଁ ପାଖ ନିଜ ଚାଷ ଜମିରୁ ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ସେହିଭଳି ଆଜି ଗାଁର ଝୁମର ସେଠି ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ କାମାକ୍ଷାନଗର ମେଡିକାଲରେ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।

Advertisment
Honey Bee Attack Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe