Advertisment

NHରେ ଟ୍ରକ୍‌-କାର ମୁହାଁମୁହିଁ, ଦୁଇ ଜଣଙ୍କ ମୃତ୍ୟୁ

ଔପଦ ଅଞ୍ଚଳର ଶ୍ରୀକାନ୍ତ ପଣ୍ଡା ଓ ନୀଳଗିରି ବାଙ୍କୀ ଗାଁର ମାୟାଧର ରାଜ ଏକ କାର୍‌ରେ ବାଲେଶ୍ୱର ଟାଉନ୍‌ରୁ ଭଦ୍ରକ ଅଭିମୁଖେ ଆସୁଥିଲେ। ତେବେ ଜାତୀୟ ରାଜପଥର କୁରୁଡା ବ୍ରିଜ୍‌ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା।

Accident

Accident

Advertisment

ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହାଫଳରେ ଦୁଇ କାର୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଦେଇ ଯାଇଥିବା ଏନ୍‌ଏଚ୍‌ରେ ଆଜି ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

Advertisment

ଔପଦ ଅଞ୍ଚଳର ଶ୍ରୀକାନ୍ତ ପଣ୍ଡା ଓ ନୀଳଗିରି ବାଙ୍କୀ ଗାଁର ମାୟାଧର ରାଜ ଏକ କାର୍‌ରେ ବାଲେଶ୍ୱର ଟାଉନ୍‌ରୁ ଭଦ୍ରକ ଅଭିମୁଖେ ଆସୁଥିଲେ। ତେବେ ଜାତୀୟ ରାଜପଥର କୁରୁଡା ବ୍ରିଜ୍‌ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଶ୍ରୀକାନ୍ତ ଓ ମାୟାଧରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚଥିଲା ପୁଲିସ୍‌। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଚମ୍ପଟ ମାରିଛି। ପୁଲିସ ଗାଡ଼ି ଦୁଇଟିକୁ ରାସ୍ତାରୁ ହଟାଇ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ବାଲେଶ୍ୱରରୁ ପ୍ରକାଶ କୁମାର ମହାନ୍ତି

Balasore Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe