/odisha-reporter/media/post_attachments/uploadimage/library/16_9/16_9_0/Accident_1735317289.jpg)
Accident
ମଝି ରାସ୍ତାରେ ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ଧକ୍କା ହୋଇ ଜଳିଗଲା। ଆଉ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।
ତିରିଂ ଥାନା ଜିରାଇ ଗାଁର ଆକାଶ ମୁର୍ମୁ ଓ ବିଶ୍ଵନାଥ ସୋରେନ କୌଣସି କାମରେ ବାଇକ୍ରେ ବିଶୋଇ ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ଘରକୁ ଫେରୁଥିଲେ। ତେବେ ରାଇରଙ୍ଗପୁର ସହର ମହୁଲଡିହା ଛକରେ ସମ୍ମୁଖରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା। ଯେଉଁଥିପାଇଁ ବାଇକ୍ ଓ ପିକ୍ଅପ୍ ଭ୍ୟାନ୍ରେ ନିଆଁ ଲାଗି ଯାଇଥିଲା। ମାତ୍ର ଅଳ୍ପ ସମୟ ଭିତରେ ବାଇକଟି ପୋଡ଼ି ଯାଇଥିଲା।
ସ୍ଥାନୀୟ ଲୋକେ ପାଣି ଢାଳି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଲିଭିନଥିଲା। ତେଣୁ ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରା ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ ପାଣି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
