Advertisment

ମଝି ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ ଓ ବାଇକ୍‌ ଧକ୍କା

ତିରିଂ ଥାନା ଜିରାଇ ଗାଁର ଆକାଶ ମୁର୍ମୁ ଓ ବିଶ୍ଵନାଥ ସୋରେନ କୌଣସି କାମରେ ବାଇକ୍‌ରେ ବିଶୋଇ ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ଘରକୁ ଫେରୁଥିଲେ। ତେବେ ରାଇରଙ୍ଗପୁର ସହର ମହୁଲଡିହା ଛକରେ ସମ୍ମୁଖରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଥିଲା।

Accident

Accident

Advertisment

ମଝି ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ ଓ ବାଇକ୍‌ ଧକ୍କା ହୋଇ ଜଳିଗଲା। ଆଉ ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

Advertisment

ତିରିଂ ଥାନା ଜିରାଇ ଗାଁର ଆକାଶ ମୁର୍ମୁ ଓ ବିଶ୍ଵନାଥ ସୋରେନ କୌଣସି କାମରେ ବାଇକ୍‌ରେ ବିଶୋଇ ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ଘରକୁ ଫେରୁଥିଲେ। ତେବେ ରାଇରଙ୍ଗପୁର ସହର ମହୁଲଡିହା ଛକରେ ସମ୍ମୁଖରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଥିଲା। ଯେଉଁଥିପାଇଁ ବାଇକ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ରେ ନିଆଁ ଲାଗି ଯାଇଥିଲା। ମାତ୍ର ଅଳ୍ପ ସମୟ ଭିତରେ ବାଇକଟି ପୋଡ଼ି ଯାଇଥିଲା।

ସ୍ଥାନୀୟ ଲୋକେ ପାଣି ଢାଳି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଲିଭିନଥିଲା। ତେଣୁ ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରା ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକ୍‌ ଲାଲ ପାଣି

Roadaccident Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe