Advertisment

KTMକୁ ସାମ୍ନା ପଟୁ ଧକ୍କା ଦେଲା ପଲ୍ସର, ଚାଲିଗଲା ୨ ଜଣଙ୍କ ଜୀବନ

କେଟିଏମ ସହ ଗୋଟିଏ ପଲ୍ସରର ମୁହାଁମୁହିଁ ଧକ୍କା ହେବାରୁ ଚାଲି ଯାଇଛି ୨ ଯୁବକଙ୍କ ଜୀବନ।

KTM

KTM

Advertisment

ରେସିଂ ବାଇକ୍‌କୁ ଦ୍ରୁତଗତିରେ ଚଳାଇବା ମହଙ୍ଗା ପଡ଼ିଛି। କେଟିଏମ ସହ ଗୋଟିଏ ପଲ୍ସରର ମୁହାଁମୁହିଁ ଧକ୍କା ହେବାରୁ ଚାଲି ଯାଇଛି ୨ ଯୁବକଙ୍କ ଜୀବନ। ଆଉ ଜଣେ ଏବେ ଜୀବନ ମରଣ ସହ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି।

Advertisment

କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଅନ୍ତର୍ଗତ ପଞ୍ଚଡ଼ା ଗାଁ ନିକଟ ଚୌଧୁରୀ କ୍ରସର୍ ପାଖ ୩୨୬ ଜାତୀୟ ରାଜପଥରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି।

କୋରାପୁଟରୁ କେଟିଏମ ବାଇକରେ ୨ ଜଣ ଯୁବକ ଯାଉଥିବା ବେଳେ ବିପରୀତ ଦିଗରୁ ଜଣେ ଯୁବକ ପଲ୍ସର ନେଇ ଆସୁଥିଲେ। ଉଭୟ ବାଇକର ସ୍ପିଡ ଅଧିକ ଥିଲା। ତେବେ ଚୌଧୁରୀ କ୍ରସର ପାଖରେ ଘଟିଥିଲା ଅଘଟଣ। ଦ୍ରୁତଗତିରେ ଥିବା ଦୁଇ ବାଇକ ପରସ୍ପରକୁ ସାମ୍ନା ପଟୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ବାଇକରେ ଥିବା ୩ ଜଣ ଯାକ ରାସ୍ତାରେ ଛିଟିକି ପଡ଼ିଥିଲେ।

Advertisment

ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ଜଣେ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ଆହତ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଭର୍ତ୍ତି କରିଛନ୍ତି।

କିନ୍ତୁ ଏଯାଏ ମୃତାହତ ଯୁବକମାନଙ୍କ ପରିଚୟ ମିଳି ପାରିନାହିଁ। ପୁଲିସ୍‌ ଦୁଇଟି ଯାକ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି।

Odisha Accident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe