Advertisment

ରାସ୍ତା ମଝିରେ ଦୁଇ ବାଇକ୍‌ ମୁହାଁମୁହିଁ; ୨ ଯୁବକଙ୍କ ମୃତ୍ୟୁ

ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ପଞ୍ଚାୟତ ଚିତ୍ରକୋଟ ଗାଁର ପୂର୍ଣ୍ଣ ମାଝୀ ମେଗା ଜଳ ଯୋଗାଣ ପ୍ରକଳ୍ପରେ ୱାଲ ଅପେରଟର ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ସେ ତେନ୍ତୁଳିଖୁଣ୍ଟି ଗାଁର ଏକ ହଟେଲକୁ ଖାଇବାକୁ ଯାଇଥିଲେ।

Accident

Accident

Advertisment

ମଝି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଯାଇଛି ୨ ଯୁବକଙ୍କ ଜୀବନ। ଅନ୍ୟ ଜଣେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁରରେ ଘଟିଛି।

Advertisment

ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ପଞ୍ଚାୟତ ଚିତ୍ରକୋଟ ଗାଁର ପୂର୍ଣ୍ଣ ମାଝୀ ମେଗା ଜଳ ଯୋଗାଣ ପ୍ରକଳ୍ପରେ ୱାଲ ଅପେରଟର ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ସେ ତେନ୍ତୁଳିଖୁଣ୍ଟି ଗାଁର ଏକ ହଟେଲକୁ ଖାଇବାକୁ ଯାଇଥିଲେ। ସେଠାରୁ ଖାଇସାରି ବାଇକ୍‌ରେ ଅଞ୍ଚଳଗୁମ୍ମା ଅଭିମୁଖେ ଯାଉଥିଲେ। ବାଇକ୍‌ ପଛରେ ସାଥୀ ହେମନ୍ତ ବାଣୁଆ ବସିଥିଲେ। ଠିକ୍‌ ସେହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ଆସୁଥିଲେ ପୂଜାରୀ ଗୁଡା ଗାଁର ସମ୍ବିତ କୁମାର ଭତ୍ରା।

ଜାନିଗୁଡ଼ା ଛକରେ ଦୁଇ ବାଇକ୍‌ ଭିତରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପୂର୍ଣ୍ଣଙ୍କ ମୃତ୍ୟୁ ଘଟିଛି। ଗୁରୁତର ଆହତ ହୋଇଥିଲେ ହେମନ୍ତ ଓ ସମ୍ୱିତ। ଉଭୟଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହେମନ୍ତଙ୍କ ମୃତ୍ୟୁ ଘଟିଥିଲା। ସମ୍ବିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ପରେ କୋରାପୁଟ ଲକ୍ଷ୍ମଣନାଏକ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ତେନ୍ତୁଳିଖୁଣ୍ଟି ଥାନା ପୁଲିସ ମାମଲା ରୁଜୁ କରି ଦୁଇଟି ବାଇକକୁ ଜବତ କରିଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Accident Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe