Advertisment

ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲେ ଦୁଇ ବାଇକ୍‌ ଆରୋହୀ

ଓଡ଼ଗାଁ ଥାନା ଦଲକ ଗାଁର ସୂର୍ଯ୍ୟକାନ୍ତ ବେହେରା ହେଉଛନ୍ତି ମୁଖ୍ୟମନ୍ତ୍ରୀ ବସ୍‌ ସେବାର ମ୍ୟାନେଜର। ଠିକ୍‌ ସେମିତି ଦଶପଲ୍ଲା ଥାନା ମଦ୍ୟଖଣ୍ଡ ଗାଁର ହେଉଛନ୍ତି ଜ୍ଞାନ ରଞ୍ଜନ ସାହୁ ହେଉଛନ୍ତି ସୁପରଭାଇଜର।

author-image
Manoranjan Sial
ଅଦ୍ୟତନ ହୋଇଛି
Medical

Medical

ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲେ ଦୁଇ ବାଇକ୍‌ ଆରୋହୀ। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ସୁର୍ଘଟଣା ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଘଟିଛି। ମୃତକ ଦୁଇ ଜଣ ହେଉଛି ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବସ୍‌ ସେବା କର୍ମଚାରୀ ବୋଲି ଜଣାପଡ଼ିଛି।

Advertisment

ଓଡ଼ଗାଁ ଥାନା ଦଲକ ଗାଁର ସୂର୍ଯ୍ୟକାନ୍ତ ବେହେରା ହେଉଛନ୍ତି ମୁଖ୍ୟମନ୍ତ୍ରୀ ବସ୍‌ ସେବାର ମ୍ୟାନେଜର। ଠିକ୍‌ ସେମିତି ଦଶପଲ୍ଲା ଥାନା ମଦ୍ୟଖଣ୍ଡ ଗାଁର ହେଉଛନ୍ତି ଜ୍ଞାନ ରଞ୍ଜନ ସାହୁ ହେଉଛନ୍ତି ସୁପରଭାଇଜର। ଉଭୟ ଗୋଟିଏ ବାଇକ୍‌ରେ ଅନ୍ଧାର କୋଟଠାରୁ ନଛିପୁର ରାସ୍ତାରେ ଯାଉଥିଲେ। ତେବେ ନଛିପୁର ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଦଶପଲ୍ଲା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍‌ ପଠାଇ ଦେଇଛି। ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

ରିପୋର୍ଟ- ଦଶପଲ୍ଲାରୁ ସଞ୍ଜୀବ ସାହୁ

Accident Roadaccident Nayagarh