Advertisment

ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଲା ସ୍କର୍ପିଓ; ୨ ମୃତ

ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଗାଡ଼ି ଚାଳକ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା।

author-image
Manoranjan Sial
Accident

Accident

ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଲା ସ୍କର୍ପିଓ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି।

Advertisment

ରାଉରକେଲାରେ ଏକ ଠାକ ସଂସ୍ଥାରେ କାମ କରନ୍ତି ବିପିନ୍‌ ସେଠୀ, ପବିତ୍ର ସାହୁ, ଶେଖ ରାମଜାନ ଓ ଆଦିତ୍ୟ ସାହୁ। ଆଜି ରବିବାର ଥିବାରୁ ଅପରାହ୍ନରେ ୪ ଜଣ ସାଙ୍ଗ ମିଶି ଏକ ସ୍କର୍ପିଓରେ ଖଣ୍ଡାଧାର ଅଭିମୁଖେ ଯାଉଥିଲେ। ତେବେ ୧୪୩ ନମ୍ୱର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ସମ୍ମୁଖରୁ ଆସୁଥିବା ହାଇୱାକୁ ଧକ୍କା ଦେଇଥିଲା। ସମସ୍ତେ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ।

ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଗାଡ଼ି ଚାଳକ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ବିପିନ୍ ସେଠୀଙ୍କୁ ମୃତ ଘୋଷଣା କରିଥିଲେ। ଏବେ ପବିତ୍ର ସାହୁଙ୍କର ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଥିବା ବେଳେ ଶେଖ୍ ରାମଜାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜେପି ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ରିପୋର୍ଟ- ବଣାଇରୁ ରଞ୍ଜିତ ଚୌଧୁରୀ

Accident Sundargarh