Advertisment

ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରକ୍‌, ଦ୍ରୁତ ଗତିରେ ଯାଇ ପିଟିହେଲା ବାଇକ୍‌

ସଞ୍ଜୁ ମହାକୁଡ଼ ଗୁରୁତର ଅସୁସ୍ଥ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରକ୍‌। ଦ୍ରୁତ ଗତିରେ ଯାଇ ପିଟିହେଲା ବାଇକ୍‌। ଆଜି ସନ୍ଧ୍ୟା ବେଳେ ଏପରି ଭୟଙ୍କର ଦୁର୍ଘଟଣା କେନ୍ଦୁଝର ଦେଇ ଯାଇଥିବା ୫୨୦ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ଆଜି ସନ୍ଧ୍ୟା ବେଳେ ଯୋଡ଼ା ଆଜାଦ ବସ୍ତିର ସଞ୍ଜୁ ମହାକୁଡ଼, ତାଙ୍କ ୫ ବର୍ଷର ଝିଅ ଅଙ୍କି ମହାକୁଡ଼ ଜଣେ ବାଇକ୍‌ଙ୍କ ବାଇକରେ ବଡ଼ବିଲ୍‌ ଅଭିମୁଖେ ଯାଉଥିଲେ। ତେବେ ସେମାନେ ୫୨୦ ନମ୍ୱର ଜାତୀୟ ରାଜପଥର ରୋଇଡା ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ର ପଛ ପାର୍ଶ୍ୱରେ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ବାଇକ୍‌ ଆରୋହୀ ଓ ୫ ବର୍ଷର ଶିଶୁ ଅଙ୍କିଙ୍କ ମୃତ୍ୟୁ ଘଟିଥିଲା।

ତେବେ ସଞ୍ଜୁ ମହାକୁଡ଼ ଗୁରୁତର ଅସୁସ୍ଥ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତେବେ ମୃତ ବାଇକ୍‌ ଚାଳକଙ୍କ ପରିଚୟ ମିଳିପାରିନି। ବଡ଼ବିଲ ପୁଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Accident Roadaccident Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe