Accident
Advertisment
ଟ୍ରାକ୍ଟରରେ ଧାନ ଅମଳ ମେସିନ୍ ନେଇ ଯାଉଥିବା ବେଳେ ନାଳରେ ଓଲଟି ପଡ଼ିଥିଲା। ଯାହାଫଳରେ ଟ୍ରାକ୍ଟରରେ ବସିଥିବା ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟବିଦାରକ ଘଟଣା ଯାଜପୁର ରୋଡ୍ ଥାନା ଅଞ୍ଚଳରେ ଘଟିଛି।
Advertisment
ଟ୍ରାକ୍ଟରରେ ଧାନ ଅମଳ ମେସିନ୍ ଲୋଡ୍ କରି ଏକ ଟ୍ରାକ୍ଟର ଯୋଡ଼ାବର ଅଞ୍ଚଳକୁ ଯାଇଥିଲା। ସେହି ଟ୍ରାକ୍ଟରରେ ବସିଥିଲେ ମାଝୀସାହିର ରାଜୁ ହାଂସଦାଙ୍କ ଝିଅ ଦୁଲାରୀ ହାଁସଦା ଓ ରାଣୀ ହାଁସଦା। ଟ୍ରାକ୍ଟରଟି ନାଳରେ ଓଲଟି ପଡ଼ିଥିଲା। ଆଉ ଟ୍ରାକ୍ଟର ତଳେ ଚାପି ହୋଇଥିଲେ ଦୁଇ ଭଉଣୀ। ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଯାଜପୁର ରୋଡ଼ ଥାନା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us