ଛାତରେ ରଡ଼ ବାନ୍ଧୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଗଲେ ଦୁଇ ଜଣ ଶ୍ରମିକ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ଆଲୁଅଝରଣ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦ୍ୱୟ ହେଲେ ଜଗା ମଲ୍ଲିକ ଓ ବାବୁଲି ମଲ୍ଲିକ।
ଆଜି ସକାଳେ ଜଗା ଓ ବାବୁଲି ଆଲୁଅଝରଣ ଗାଁର ନାରାୟଣ ସାହୁଙ୍କ ଛାତରେ ରଡ଼ ବାନ୍ଧୁଥିଲେ। କୌଣସି କାରଣ ବଶତଃ ଦୁଇ ଜଣ ଶ୍ରମିକ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ବିଦ୍ୟୁତ ଆଘାତରେ ଉଭୟଙ୍କ ଶରୀରର ପ୍ରାୟ ଅଧିକାଂଶ ଅଂଶ ବିଦ୍ୟୁତରେ ପୋଡି ହୋଇଯାଇଥିଲା।
Also Read
ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।