Advertisment

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ୨ ଶ୍ରମିକ

ଆଜି ସକାଳେ ଜଗା ଓ ବାବୁଲି ଆଲୁଅଝରଣ ଗାଁର ନାରାୟଣ ସାହୁଙ୍କ ଛାତରେ ରଡ଼ ବାନ୍ଧୁଥିଲେ।

undefined

Electric Shock

Advertisment

 ଛାତରେ ରଡ଼ ବାନ୍ଧୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଗଲେ ଦୁଇ ଜଣ ଶ୍ରମିକ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ଆଲୁଅଝରଣ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦ୍ୱୟ ହେଲେ ଜଗା ମଲ୍ଲିକ ଓ ବାବୁଲି ମଲ୍ଲିକ।

Advertisment

ଆଜି ସକାଳେ ଜଗା ଓ ବାବୁଲି ଆଲୁଅଝରଣ ଗାଁର ନାରାୟଣ ସାହୁଙ୍କ ଛାତରେ ରଡ଼ ବାନ୍ଧୁଥିଲେ। କୌଣସି କାରଣ ବଶତଃ ଦୁଇ ଜଣ ଶ୍ରମିକ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ବିଦ୍ୟୁତ ଆଘାତରେ ଉଭୟଙ୍କ ଶରୀରର ପ୍ରାୟ ଅଧିକାଂଶ ଅଂଶ ବିଦ୍ୟୁତରେ ପୋଡି ହୋଇଯାଇଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment
Electric Shock Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe