Advertisment

ଘରକୁ ଫେରୁଥିଲେ ଦୁଇ ଯୁବକ, ରାତି ଅଧରେ ପିଟିଲା ଅଜଣା ଗାଡ଼ି

ଉଭୟ ପାରାଦୀପ ଯାଇଥିବା ବେଳେ ସେଠାରୁ ଘରକୁ ଫେରୁଥିଲେ । ମାତ୍ର ବିଳମ୍ବିତ ରାତିରେ ଉଭୟଙ୍କ ବାଇକ୍‌କୁ ଏକ ଅଜଣା ଗାଡ଼ି ପିଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା

Accident

Accident

Advertisment

ଗତ ରାତିରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ଥାନା ଅଧୀନ ଟିକର ପଙ୍ଗା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।

Advertisment

ମୃତକଦ୍ୱୟ ହେଲେ ସ୍ଥାନୀୟ ଥାନ ଅଞ୍ଚଳ ଯଦୁପୁରର ମନୋରଞ୍ଜନ ରାଉତ, ସାନ ଗାଁ ର ରମେଶ ବେହେରା । ଉଭୟ ପାରାଦୀପ ଯାଇଥିବା ବେଳେ ସେଠାରୁ ଘରକୁ ଫେରୁଥିଲେ । ମାତ୍ର ବିଳମ୍ବିତ ରାତିରେ ଉଭୟଙ୍କ ବାଇକ୍‌କୁ ଏକ ଅଜଣା ଗାଡ଼ି ପିଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ବାଇକ୍‌ରୁ ଛିଟିକି ପଡ଼ିଥିବା ଦେଖିବାକୁ ପାଇଥିଲା। ପୁଲିସ୍‌ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Accident Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe