ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲା ନିଆଳି ଥାନା କୁରାଙ୍ଗପ୍ରଧାନ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୩ ଜଣ ନାବାଳିକା ପୋଖରୀରେ ଗାଧୋଇବା ବେଳେ ଗୋଡ଼ଖସି ମୃତ୍ୟୁ ହୋଇଛି।
ଦୁଇ ମୃତକ ହେଉଛନ୍ତି ମହମ୍ମଦ ଅସରଫଙ୍କ ଝିଅ ସୋଫିଆ ଖାତୁନ ଓ ରାଜେଶ୍ ସହାଣିଙ୍କ ଝିଅ ନନ୍ଦିନୀ କୁମାରୀ। ଉଭୟଙ୍କ ବୟସ ୧୦ ବର୍ଷ ବୋଲି ଯଣାପଡ଼ିଛି।
ଆଜି ସକାଳେ ତିନିଜଣ ନାବାଳିକା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ପୋଖରୀରୁ ତିନି ନାବାଳିକାଙ୍କୁ ଉଦ୍ଧାର କରାଯାଇ ମହିଧରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତଘୋଷଣା କରିଛନ୍ତି। ଅନ୍ୟ ଜଣେ ନାବାଳିକା ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।
ଏନେଇ ଖବର ପାଇ ନିଆଳି ପୁଲିସ ପହଞ୍ଚି ଶବକୁ ଯବତ କରି ବ୍ୟବଛେଦ ପାଇଁ ପଠାଇବାସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଗ୍ରାମରେ ଏହି ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି।
ରିପୋର୍ଟ - ନିଆଳିରୁ ବିନୟ ମିଶ୍ର
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।