Advertisment

ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ

୩ ଜଣ ନାବାଳିକା ପୋଖରୀରେ ଗାଧୋଇଲା ବେଳେ ଗୋଡ଼ଖସି ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Niali

Niali

Advertisment

ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲା ନିଆଳି ଥାନା କୁରାଙ୍ଗପ୍ରଧାନ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୩ ଜଣ ନାବାଳିକା ପୋଖରୀରେ ଗାଧୋଇବା ବେଳେ ଗୋଡ଼ଖସି ମୃତ୍ୟୁ ହୋଇଛି।

Advertisment

ଦୁଇ ମୃତକ ହେଉଛନ୍ତି ମହମ୍ମଦ ଅସରଫଙ୍କ ଝିଅ ସୋଫିଆ ଖାତୁନ ଓ ରାଜେଶ୍ ସହାଣିଙ୍କ ଝିଅ ନନ୍ଦିନୀ କୁମାରୀ। ଉଭୟଙ୍କ ବୟସ ୧୦ ବର୍ଷ ବୋଲି ଯଣାପଡ଼ିଛି।

ଆଜି ସକାଳେ ତିନିଜଣ ନାବାଳିକା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ପୋଖରୀରୁ ତିନି ନାବାଳିକାଙ୍କୁ ଉଦ୍ଧାର କରାଯାଇ ମହିଧରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତଘୋଷଣା କରିଛନ୍ତି। ଅନ୍ୟ ଜଣେ ନାବାଳିକା ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

Advertisment

ଏନେଇ ଖବର ପାଇ ନିଆଳି ପୁଲିସ ପହଞ୍ଚି ଶବକୁ ଯବତ କରି ବ୍ୟବଛେଦ ପାଇଁ ପଠାଇବାସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଗ୍ରାମରେ ଏହି ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି।

ରିପୋର୍ଟ - ନିଆଳିରୁ ବିନୟ ମିଶ୍ର

Minor Girl Niali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe