Advertisment

ଏନକାଉଣ୍ଟରରେ ୨ ନକ୍ସଲ ନିହତ

ସୁରକ୍ଷାକର୍ମୀମାନେ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ କରିଛନ୍ତି।

Encounter

Encounter

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏଥିସହ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ କରିଛନ୍ତି।

Advertisment

ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପାମେଡ ଅଞ୍ଚଳରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ କୌଣସି ସୂତ୍ରରୁ ପାଇଥିଲା। ପରେ ଡିଆରଜି,ଏସଟିଏଫ,କୋବ୍ରା ଏବଂ ସିଆରପିଏଫ ବାଟାଲିୟନର ଯବାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ନକ୍ସଲ ମାନେ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ପାଲଟା ଜବାବ ଦେଇଥିଲା।

ପରେ ଯବାନଙ୍କ ପାଲଟାଗୁଳିରେ ଦୁଇ ଜଣ ନକ୍ସଲ ଟଳି ପଡ଼ିଥିଲେ। ପରେ ଅନ୍ୟ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ମୃତ ନକ୍ସଲଙ୍କୁ ଚିହ୍ନଟ କରାଯାଇନଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Encounter Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe