Advertisment

ବୁଲେଟକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଦୁଇ ଜଣଙ୍କ ଜୀବନ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ ରେଢ଼ାଖୋଲ ସହରର ରଥସାହିରେ ରହୁଥିବା ଶ୍ୟାମସୁନ୍ଦର ଭିତିରିଆ ଓ ବସଷ୍ଟାଣ୍ଡ ଅଞ୍ଚଳର ଶୁଭେନ୍ଦୁ ସାହୁ। ଏମାନେ ସାଙ୍ଗ ହୋଇ ଘରୁ ଫେରୁଥିବା ବେଳେ ଅଧା ବାଟରେ ପ୍ରାଣ ହରାଇଛନ୍ତି।

Accident

Accident

Advertisment

ରେଢ଼ାଖୋଲ ସହରର ଉଦ୍ୟାନ ବିଭାଗ ଅଫିସରେ ସାମ୍ନାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଘରକୁ ଫେରୁଥିବା ବେଳେ ଅଧା ବାଟରେ ଚାଲି ଯାଇଛି ଦୁଇ ଜଣଙ୍କ ଜୀବନ। ୫୫ ନମ୍ବର ଜାତୀୟ ରାଜପଥରେ ଗୋଟିଏ ତେଲ ବୋଝେଇ ଟ୍ରକ ବୁଲେଟରେ ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଛି।

Advertisment

ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୁଲେଟଟି ରାସ୍ତାରୁ ଛିଟିକି ପଡ଼ି ନିକଟସ୍ଥ ବୁଦା ଭିତରେ ପଡ଼ିଥିଲା। ସେହିପରି ବୁଲେଟ ଚଳାଉଥିବା ଯୁବକଙ୍କ ଗୋଡ଼ର କିଛି ଅଂଶ ପୂରା ଛିଣ୍ଡି ଅଲଗା ହୋଇ ଯାଇଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ ରେଢ଼ାଖୋଲ ସହରର ରଥସାହିରେ ରହୁଥିବା ଶ୍ୟାମସୁନ୍ଦର ଭିତିରିଆ ଓ ବସଷ୍ଟାଣ୍ଡ ଅଞ୍ଚଳର ଶୁଭେନ୍ଦୁ ସାହୁ। ଏମାନେ ସାଙ୍ଗ ହୋଇ ଘରୁ ଫେରୁଥିବା ବେଳେ ଅଧା ବାଟରେ ପ୍ରାଣ ହରାଇଛନ୍ତି।

Advertisment

ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇ ଯାଇଛନ୍ତି। ତେବେ ସ୍ଥାନୀୟ ଲୋକ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ବିରୋଧରେ ରାସ୍ତା ରୋକ ମଧ୍ୟ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା।

ଖବର ପାଇ ପ୍ରଥମେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ତଥାପି ଲୋକମାନେ ରାସ୍ତା ରୋକରୁ ହଟି ନଥିଲେ। ଏହାପରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ରେଢ଼ାଖୋଲ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟରେ ବୁଝାସୁଝା ପରେ ଲୋକମାନେ ରାସ୍ତା ରୋକରୁ ହଟିଥିଲେ।

Road Accident Accident Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe