Advertisment

ଘରେ ପଶି ଲହୁଲୁହାଣ କଲା ବାରହା, ତାଲା ପକାଇଦେଲେ ଲୋକେ

ସକାଳୁ ସକାଳୁ ଘରେ ପଶିଲା ବାରହା। ଆଉ କଲା ଅତର୍କିତ ଆକ୍ରମଣ। ବାରହା ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଜଣେ ନାବାଳକ ଅଛନ୍ତି।

boar-

boar-

Advertisment

ସକାଳୁ ସକାଳୁ ଘରେ ପଶିଲା ବାରହା। ଆଉ କଲା ଅତର୍କିତ ଆକ୍ରମଣ। ବାରହା ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଜଣେ ନାବାଳକ ଅଛନ୍ତି।

Advertisment

ଏପରି ଏକ ଅଘଟଣ ଆଜି ସକାଳେ ଅନୁଗୁଳ ଜିଲ୍ଲା ତାଳଚେରରେ ଘଟିଛି ଅଘଟଣ।। ଗୁରୁତରଦ୍ୱୟ ହେଲେ ୬୦ ବର୍ଷୀୟା ଚତୁରୀ ନାଏକ ଓ ୧୦ ବର୍ଷୀୟ ରାଜା ନାଏକ। ଉଭୟ ପଡ଼ୋଶୀ ବୋଲି ଜଣାଯାଇଛି।

ଆଜି ସକାଳେ ଚତୁରୀ ଘରେ ନିଜ କାମ କରୁଥିବା ବେଳେ ହଠାତ୍‌ ଏକ ବାରହା ତାଙ୍କ ଘରେ ପଶି ଯାଇଥିଲା। ଏହାପରେ ବାରହାଟି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଚତୁରୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିବାରୁ ବାରହାଟି ନିକଟରେ ଥିବା ରାଜା ନାଏକଙ୍କ ଘରେ ପଶି ତାଙ୍କୁ କାମୁଡ଼ି ଦେଇଥିଲା।

Advertisment

ଏହି ସମୟରେ ଲୋକେ ଏକତ୍ରିତ ହୋଇ ବାରହାଟିକୁ କାବୁ କରି ଏକ ଘର ଭିତରେ ତାଲା ପକାଇ ଦେଇଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବନ କର୍ମଚାରୀ ପହଞ୍ଚି ନ ଥିବା ଜଣାଯାଇଛି।

ଗୁରୁତର ଅବସ୍ଥାରେ ତୁରନ୍ତ ଉଭୟ ଚତୁରୀ ଓ ରାଜାଙ୍କୁ ତାଳଚେର ମଣ୍ଡପାଳସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଛି।

Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe