Advertisment

ଗ୍ୟାସ୍‌ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ, ଦୁଇ ଗୁରୁତର

ଆଜି ମଧ୍ୟାହ୍ନରେ ହଠାତ୍‌ ପୁରୁଣା ଗାଁର ଜଣେ ବାସିନ୍ଦାଙ୍କ ଘରେ ଥିବା ଗ୍ୟାସ୍‌ ଟାଙ୍କି ଫାଟିଥିଲା। ଏଥିଯୋଗୁ ଭୟଙ୍କର ଶବ୍ଦ ହୋଇଥିବା ବେଳେ ଆଖି ପିଛୁଳାକେ ଘରେ ନିଆଁ ଲାଗି ଯାଇଥିଲା।

author-image
Niharika Rout
Gas Blast

Gas Blast

ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍‌ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ପୁରୁଷ ଓ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳି ପାରିନି।

Advertisment

ଆଜି ମଧ୍ୟାହ୍ନରେ ହଠାତ୍‌ ପୁରୁଣା ଗାଁର ଜଣେ ବାସିନ୍ଦାଙ୍କ ଘରେ ଥିବା ଗ୍ୟାସ୍‌ ଟାଙ୍କି ଫାଟିଥିଲା। ଏଥିଯୋଗୁ ଭୟଙ୍କର ଶବ୍ଦ ହୋଇଥିବା ବେଳେ ଆଖି ପିଛୁଳାକେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରେ ଥିବା ଜଣେ ପୁରୁଷ ଓ ମହିଳା ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି।

ତୁରନ୍ତ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଉକ୍ତ ଘରେ ଏକ ଗ୍ରୋସରୀ ଦୋକାନ ଥିବା ବେଳେ ଦୋକାନରେ ବାଣ ଥିବା କୁହାଯାଇଛି। ଏଥିପାଇଁ ନିଆଁ ଭୟଙ୍କର ରୂପ ଧାରଣ କରିଥିବା ଆଲୋଚନା ହେଉଛି। ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Fire Accident Gas Leak